ଭୁବନେଶ୍ୱର- ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ । ତହସିଲଦାରଙ୍କ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ । ଏକ ଜମିଜମା ମାମଲାରେ ଜନୈକ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ଏହା ସହିତ ତହସିସଲଦାରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଉଭୟ ତହସିଲଦାର ଓ ଡାଟା ଏଂଟ୍ରି ଅପରେଟର ଲାଂଚ ନେବା କଥା ଖଣ୍ଡନ କରିଛନ୍ତି ।