ଭୁବନେଶ୍ୱର- କରୋନା ଲକଡାଉନ ସମୟରେ ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲାପକାଇଛନ୍ତି ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ । ୟୁଜି ଏବଂ ପିଜି ପରୀକ୍ଷା ନୋଟିସ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଂଚାଇବା ସହ ଅନଲାଇନରେ ପରୀକ୍ଷା କରିବାକୁ କୁଳପତିଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନା ବିଫଳ ହେବା ପରେ ଛାତ୍ରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।