ସ୍କୁଲ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର- ସ୍କୁଲ ଛାତ୍ରଛାତୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । କରୋନା ଲକଡାଉନ ଯୋଗୁଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବନ୍ଦ ଥିଲା ।ତଥାପି ଏହି ସମୟରେ ସମସ୍ତ ଛାତ୍ରଛାତୀଙ୍କୁ ମଧ୍ୟାହ୍ନଭୋଜନ ଖର୍ଚ୍ଚ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ମାର୍ଚ୍ଚ ୧୬ରୁ ଜୁନ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦିଆଯିବ । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତୀ ପ୍ରତ୍ୟେକଙ୍କୁ ମୁଣ୍ଡ ପିଛା ୭୧୭ ଟଙ୍କା ଲେଖାଏଁ ମିଳିବ । ଏ ବାବଦ ଟଙ୍କା ଅଭିଭାବକଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯିବ ।ଯେଉଁ ମାନଙ୍କ ଆକାଉଂଟ ନାହିଁ ସେମାନଙ୍କୁ ସ୍କୁଲରେ ଦିଆଯିବ ।ଏ ସପଂର୍କରେ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.

2 × two =