ପିପିଲି: ପିପିଲି ଉପନିର୍ବାଚନ ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି । ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗତକାଲି ପିପିଲିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଶାସକ ଦଳ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆଜି ରାଜ୍ୟ ମୁକ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଗୁ ଜନତା ଦଳର ୫ଜଣିଆ ଟିମ୍ ଆଜି ସିଇଓଙ୍କୁ ଭେଟିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କରିଛନ୍ତି ଯେ, ବିଜେପି ଏବେ ରକ୍ତମୁଖା ହୋଇଯାଇଛି । ଗତକାଲି ବିଗେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଯେଉଁଥିରେ ୨ଜଣ ଗୁରୁ୍ତର ଭାେ ଆହତ ହୋଇଛନ୍ତି । ସେମାନଙ୍କୁ ଏବେ ଡେଲାଙ୍ଗ ହସ୍ପିଟାଲ ଏବଂ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । କିଛି ମହିଳା କର୍ମରଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ବୋଲି ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଅସଦାଚରଣ କରିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ଜଣେ ମନ୍ତ୍ରୀ ଓ ତାଙ୍କ ଗାଡିକୁ ମଧ୍ୟ ଆକ୍ରମଣ କରାଯାଇଛି । ୟୁପି ଓ ବିହାର ଭଳି ବିଜେପି ହିଂସା ଆଚରଣ କରୁଛି । ନିର୍ବାଚନ ହାରିବା ଭୟରେ ଏମିତି କରୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।