ମେ 5 ରୁ 31 ଯାଏ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର: ଅନଲାଇନ୍‌ କ୍ଲାସ୍‌ କି ପରୀକ୍ଷା କରାଯିବ ନାହିଁ

ଭୁବନେଶ୍ବର: ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରାଷ୍ମଛୁଟି ଘୋଷଣା କରାଯାଇଛି । ମେ’ 5 ତାରିଖ ଠାରୁ 31 ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି । ଏଥି ସହିତ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ୍‌ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି । ତେବେ ଖରାଛୁଟି ସମୟରେ ଅନଲାଇନ୍‌ କ୍ଲାସ୍‌ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି । କେବଳ ପିଏଚ୍‌ଡି ଓ ଅନ୍ୟ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର କରାଯାଇପାରିବ । ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଫିସ୍‌ କାର୍ଯ୍ୟ ପାଇଁ  ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

eight − two =