ଭୁବନେଶ୍ୱର: କରୋନା ଦେଶ ଓ ବିଶ୍ୱର ଆର୍ଥିକ ସ୍ଥିତିକୁ ସମ୍ପୁର୍ଣ୍ଣ ରୂପେ ଦୋହଲାଇ ଦେଇଛି । ହୁ ହୁ ହୋଇ ବଢି ଚାଲିଛି ପରିବା ଦର । ସବୁଜ ପରିବା କାଲୋ ପିଛା ୫୦ ଟଙ୍କା ପାର୍ । ଆମିଷ ଦର ଦେଖି ମନ ମରିଯାଉଥିବା ବେଳେ ପରିବା ଦର ଶୁଣି ଲୋକେ କ’ଣ ଖାଇବେ ବୋଲି ଚିନ୍ତାରେ ପଡିଲେଣି । ବୋଝ ଉପରେ ନଳିତା ବିଡା ଭଳି ହୋଇପଡିଛି ସାଧାରଣ ପରିବାରର ଲୋକଙ୍କ ପରିସ୍ଥିତି । ବାଇଗଣ ଓ ପୋଟଳ କେଜି ୬୦ ଟପିଥିବା ବେଳେ ବିନ୍ ୮୦ ଟଙ୍କାରେ ପହଁଚିଲାଣି । କାଙ୍କଡ, ଗାଜର ,ଟମାଟୋ ବି ୫୦ ଟଙ୍କା ଟପିଲାଣି । କେବଳ ଅମୃତଭଣ୍ଡା, କାକୁଡି ୩୦ ଟଙ୍କା ରହିଛି । ଖରାଦିନିଆ ଫସଲରେ ଉତ୍ପାଦନ କମ୍ ହେଉଥିବାରୁ ଉଚ୍ଚା ମୂଲ୍ୟରେ କିଣା ହୋଇ ବିକ୍ରି ବେଳେ ଉଚ୍ଚା ଦର ଦେବାକୁ ପଡୁଛି ବୋଲି ବ୍ୟବସାୟି ମାନେ କହିଛନ୍ତି । ବର୍ଷା ଦିନିଆ ଫସଲ ଆସିଲେ ଦର କମିବ ଏଥିପାଇଁ ସମୟ ଲାଗିବ ବୋଲି ବ୍ୟବସାୟୀ ମାନେ ଯୁକ୍ତି ବାଢିଛନ୍ତି । ସେପଟେ ଖାଉଟିଙ୍କ ଚିନ୍ତା ର କାରଣ ବଢାଇଦେଇଛି ଆମିଷ ଦର । ମାଛ କେଜି ୨୦୦ , ଚିକେନ୍ ୨୫୦ା ମଟନ କଥା ତ ନଭାବିବା ଭଲ । ପକେଟ୍ ଖାଲି ହୋଇଯାଉଛି ପଛେ ବ୍ୟାଗ ଅଧା ପୂରିନି ବୋଲି ଖାଉଟି ମାନେ କହିଛନ୍ତି । ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯଦି ଏମିତି ଦର ଲାଗିରୁହେ ଚଳିବା ବହୁତ ବହୁତ କଷ୍ଟକର ହେବ । କରୋନା ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ପରିସ୍ଥିତି ଆହୁରୀ ସାଙ୍ଘାତିକ ହେବ ବୋଲି ଆଶଙ୍କା ରହିଛି ।