ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

କଟକ- ପ୍ରବାସୀ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ରାଜ୍ୟ ସରକାର ଏଥିପାଇଁ ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଜଣେ ପ୍ରବାସୀଙ୍କ ପରିଚୟଭାବେ ଆଧାର ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ତଥ୍ୟ ନଦେଲେ ୱେବସାଇଟରେ ପଞ୍ଜୀକରଣ ହେଉନି ।ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଜଣାଇଛନ୍ତି ରଜ୍ୟ ସରକାର । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଚିତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସରକାରଙ୍କ ସତ୍ୟ ପାଠକୁ ଗ୍ରହଣ କରି ଏ ସଂପର୍କିତ ମାମଲାର ପୂର୍ଣ୍ଣଛେଦ ପକାଇଛନ୍ତି ।

Leave A Reply

Your email address will not be published.

3 + 6 =