କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଚିକିତ୍ସା ପାଇଁ ହାଇଦର ହିଁ କ୍ୟାବିନ ଭାଙ୍ଗିଥିବା SCB କର୍ତ୍ତୃପକ୍ଷ କହିଛନ୍ତି। ଏସ୍ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାଣାଙ୍କ ସୂଚନା ଦେଇଛନ୍ତି ଯେ ସମ୍ବଲପୁର ଜେଲ ପକ୍ଷରୁ ନୁହେଁ, ହାଇଦର ହିଁ କ୍ୟାବିନ ମାଗିଥିଲା। କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ସୁପାରିସ କରିଥିଲେ। କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ଅନୁମତି ଦେଇଥିଲେ। ହାଇଦର ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ କହିଲେ ଭୁବନାନନ୍ଦ। ଡାଇବେଟିସ୍ ନିୟନ୍ତ୍ରଣ ହୋଇଥିଲେ ତାଙ୍କର ଅପରେସନ ହୋଇଥାନ୍ତା। ଆଡମିଶନ ବେଳେ ପୋଲିସକୁ ଜଣାଯାଇନଥିଲା। ତେବେ ସେ ନିଖୋଜ ହୋଇଯିବା ପରେ ପୋଲିସକୁ ଜଣାଯାଇଛି। ସିସିଟିଭି କାମ କରୁଥିଲା କି ନାହିଁ କହିପାରିବି ବୋଲି ସେ କହିଛନ୍ତି। ବାହାର ଖାଦ୍ୟ ଅନୁମତି କଥା ମଧ୍ୟ କହିପାରିବେ ନାହିଁ ବୋଲି ସେ କହିଛନ୍ତି।