ଭୁବନେଶ୍ୱର- ଆଜିଠୁ ଭୁବେନଶ୍ୱରୁ ଦିଲ୍ଲୀକୁ ଗଡିବ ଯାତ୍ରୀବାହୀ ଟ୍ରେନ । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚଲିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ଭୁବନେଶ୍ୱର- ଦିଲ୍ଲୀ ଟ୍ରେନ ଟିକେଟ ଘଂଟାଟେ ମଧ୍ୟରେ ସରିଯାଇଥିବା ନେଇ ରେଲେୱ ପକ୍ଷରୁ ସୂଚନା ଦିଆଯାଇଛି । ୧୪ ତାରିଖ ପାଇଁ ମଧ୍ୟ ୬୦ ପ୍ରତିଶତ ଟିକେଟ ବିକ୍ରି ସରିଛି । କେବଳ କନଫର୍ମ ଇ -ଟିକେଟ ଥିବା ଯାତ୍ରୀ ଷ୍ଟେସନରେ ପ୍ରବେଶ କରିପାରିବେ । ବଗିରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ । ଯାତ୍ରା ସମୟରେ ମାକ୍ସ ବାଧ୍ୟତାମୂଳକ ।