ଆଇଜିଆଇଟି ଯାନ୍ତ୍ରୀକ ବିଭାଗର ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ପରଜଙ୍ଗ: ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ର ଯାନ୍ତ୍ରୀକ ବିଭାଗ ପକ୍ଷରୁ ମେକାନିକାଲ ଇଞ୍ଜିନିୟରିଂ ସାମ୍ପ୍ରତିକ ଧାରା ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଭାରତର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ । ବିଶେଷ କରି ଏହି ଶିବିରରେ ନୂତନ ଓ ଅଗ୍ରଣୀ ଜ୍ଞାନ କୌଶଳ ବିଷୟରେ ଆଲୋଚନା ହୋଇଥିଲେ । ତେବେ ଅଂଶଗ୍ରହଣକାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଇଜିଆଇଟି ସରାଙ୍ଗର ସଂଚାଳକ ଡ. ଧିରେନ କୁମାର ବେହେରା , ନିଦେ୍ର୍ଧଶକ ଡ.ସତ୍ୟବ୍ରତ ମହନ୍ତ, ସୋମ୍ୟ ରଞ୍ଜନ ପ୍ରଧାନ , ଗୌରବ ଘୋଷ, ବିଭାଗୀୟ ମୁଖ୍ୟ ଡ. ବିଦ୍ୟାଧର ସାହୁ , ଏନଆଇଟି ରାଉରକେଲାର ପୂର୍ବତନ ନିଦେ୍ର୍ଧଶକ ସୁନୀଲ ଷଡଙ୍ଗୀ , ଆଇଆଇଟି ରୁରକିର ଡ.ପ୍ରଦୀପ କୁମାର , ଆଇଆଇଟି ଖଡଗପୁରର ଡ.ସୁମନ୍ ଚକ୍ରବର୍ତୀ, ଜିଆଇଏଫଟି ଭୁବନେଶ୍ୱରର ଡ. ସତ୍ୟାନନ୍ଦ ସ୍ୱାଇଁ , ଏନଆଇଟିଆଇଇ ମୁମ୍ବାଇର ନିଦେ୍ର୍ଧଶକ ଡ.ମନୋଜ କୁମାର ତିୱାରୀ, ଏନଆଇଟି ରାଉରକେଲା ଡ.ଏସ କେ ସାହୁ, ଆଇଆଇଟି ଖଡଗପୁରର ଡ.ପି କେ ଦାସ୍, ଡ. ଡିକେ ପ୍ରତିହାରୀ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରାଇଥିଲେ

Leave A Reply

Your email address will not be published.

nineteen − one =