ଭୁବନେଶ୍ୱର- ଯାଜପୁର ଜିଲ୍ଲାରେ ପୁଣି ଜଣେ ୫୭ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧିପାଇଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ କଳିକତାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟକରି ଏହି ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ କରୋନା ସଂକ୍ରମଣ ସଂଖ୍ୟା ୫୫ରେ ପହଂଚିଛି । ଜଣେ ସୁସ୍ଥ ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାଲେଶ୍ୱରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।