ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- ବିମାନ ଓ ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ପାଇଁ ପ୍ରାକ୍ ପଞ୍ଜୀକରଣ ଓ ସଙ୍ଗରୋଧ ରହିବା ବାଧ୍ୟତାମୂଳକ । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି । ବିମାନବନ୍ଦରରେ ବିମାନ ଲାଗିବା ପରେ ଏକାଥରକେ ଯାତ୍ରୀ ନ ବାହାରି ୨୦ ଜଣ ଲେଖାଏ ବାହାର କରାଯିବ । ସମସ୍ତ ଯାତ୍ରୀଙ୍କ ସ୍ୱସ୍ଥ୍ୟ ସେବା ବାଧ୍ୟତା ମୂଳକ । ସେହିପରି ଟ୍ରେନ ବଗିରୁ ସମସ୍ତ ଯାତ୍ରୀ ଏକ କାଳୀନ ବାହାରି ପାରିବେ ନାହିଁ । ଯାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଯାତ୍ରୀ ମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରାଯିବ ।ସେମାନଙ୍କ ଦେହରେ ଅଲିଭା କାଳି ଲଗାଯିବ ।

Leave A Reply

Your email address will not be published.

13 − twelve =