ଦୁଇ ଦିନିଆ ଭଦ୍ରକ ସଟଡାଉନ


ଭଦ୍ରକ- କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ତେଣୁ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଅଗଷ୍ଟ ୧ ଓ ୨ ତାରିଖରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ବିନାକାରଣରେ ବାହାରକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିବ । ମେଡିକାଲ, ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ କାଳୀନ ସଂସ୍ଥା , ଟେଲିଫୋନ, ପେଟ୍ରୋଲ ପମ୍ପ ଏବଂ ଗଣମାଧ୍ୟମ ପ୍ରତିନିଧି ଏହି କଟକଣାରୁ ବାଦ୍ ରହିବେ । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୫ରେ ପଂହଚିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନଷ୍ପତିି ନିଆଯାଇଛି ।

Leave A Reply

Your email address will not be published.

11 − 6 =