ଭୁବନେଶ୍ୱର- ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ମହିଳାମାନେ ନିଜ ସ୍ୱାମୀଙ୍କ ଦିର୍ଘାୟୁ କାମନା ପାଇଁ ବିଭିନ୍ନ ଶୈାବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ବାଡ ଓଗାଳି ଦେଇଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରମାନ ଙ୍କରେ ୧୪୪ ଧାରା ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମହିଳାମାନେ ବ୍ରାହ୍ମଣ ଡାକି ନିଜ ଘର ଚଉରା ପାଖରେ ପୂଜାର୍ଚ୍ଚନା କରିଛନ୍ତି । ବାଲେଶ୍ୱରରେ କେତେକ ମହିଳା ମନ୍ଦିର ବାହାରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ରାଉରକୋଲାର ବିହାରୀ ମହିଳାମାନେ ବିଶ୍ରା ଡାହହ ରୋଡରେ ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଥିବା ହେତୁ ମହିଳାମାନେ ମନ୍ଦିରକୁ ନ ଆସି ଘରେ ବ୍ରତ ପାଳନ କରିଥିଲେ । ଅନୁଗୁଳର ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରବେଶ ନିଷିଦ୍ଧ ଥିବାରୁ ପୂଜା ପାଇଁ ଅନୁମତି ମିଳିନଥିଲା ।