ଲକ୍‌ଡାଉନକୁ ନେଇ ଫାଇଦାରେ ବ୍ୟବସାୟୀ

ପୁରୀ : ନିମାପଡା ଅଂଚଳରେ ଖାଉଟି ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଥିବା ବେଳେ ବ୍ୟବସାୟୀମାନେ ନାଲିଆଖି ଦେଖାଇ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ୍ ନେଉଛନ୍ତି । କୌଣସି ଗ୍ରାହକ ପ୍ରତିବାଦ କଲେ ସାମଗ୍ରୀ ମିଳିପାରୁ ନାହିଁ । ବିଭିନ୍ନ ଦ୍ରବ୍ୟ ଉପରେ ବ୍ୟବସାୟୀମାନେ ମନଇଛା ରେଟ କଷୁଛନ୍ତି, ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଲକ୍ ଡାଉନ ଜାରି ରହିଥିବା ବେଳେ ଏହାର ଫାଇଦା ପରିବା ବ୍ୟବସାୟୀମାନେ ଉଠାଉଛନ୍ତି । ଆଳୁ କିଲୋ ୨୦ରୁ ୨୫ଟଙ୍କା ବ୍ରିକ୍ରି ହେଉଥିବା ବେଳେ ପିଆଜ ଦର ଆଳୁ ଠାରୁ ଦୁଇଗୁଣା ଅଧିକ ରହିଛି । ବିଭିନ୍ନ ପରିବା ଉପରେ ବ୍ୟବସାୟୀମାନେ ଅଧିକ ଦାମ୍ ନେଉଛନ୍ତି । କୌଣସି ବ୍ୟକ୍ତି ପ୍ରତିବାଦ କଲେ ଧମକ ମିଳୁଛି । ବିଭିନ୍ନ ଖିଲପାନ ଦୋକାନୀ ଲୁଚାଛପାରେ ବ୍ୟବସାୟ ଚଳାଇଥିବା ବେଳେ ସିଗାରେଟ ଦାମ୍ ଦୁଇଗୁଣା ନେଉଛନ୍ତି । ଗୁଟଖା ଉପରେ ମଧ୍ୟ ଅଧିକ ରେଟ ରହିଛି । ରାଜ୍ୟ ସରକାର ଗୁଟୁଖାକୁ ବ୍ୟାନ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ରାସ୍ତା ସାରା ପଲିଥିନ ଜରି ଓ ଗୁଟୁଖା ଖୋଳ ପଡିରହିଛି । ଜାଣିଶୁଣି ପ୍ରଶାସନ ହୋଲସେଲ୍‌ରେ ବିକୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବେଳକୁ ବେଳ ତମାଖୁ ବ୍ୟବସାୟ ବଢିଚାଲିଛି । କେତେକ ପାନ ଦୋକାନୀ ଦୋକାନ ମଧ୍ୟରେ ବଟା ଭାଙ୍ଗ, ବିକ୍ରି କରୁଛନ୍ତି । ଏପରି ହେବାରୁ ବେଳକୁ ବେଳ ତମାଖୁର ଚାହିଦା ଏହି ଅଂଚଳରେ ବଢିବାରେ ଲାଗିଛି ।

Leave A Reply

Your email address will not be published.

fifteen − 11 =