ଗୋପନ ରହିବ କରୋନା ଆକ୍ରାନ୍ତଙ୍କ ତଥ୍ୟ

କଟକ- ପ୍ରଘଟ ହେବନି କରେନା ସଂକ୍ରମିତଙ୍କ ପରିଚୟ । ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବା କ୍ୱରେଂନଟାଇନ ସେଂଟରେ ରହୁଥିଲେ ପ୍ରଘଟ କରାଯିବ ନାହିଁ । ଏହା ବ୍ୟତିତ ସରକାରୀ ତଥ୍ୟ ଆଦାନ ପ୍ରଦାନରେ ଆକ୍ରାନ୍ତଙ୍କ ନାମ ଗୋପନୀୟ ରହିବ । ଏତଦ୍ ବ୍ୟତିତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ କରାଯିବ ନାହିଁ । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ନିଷ୍ପତି ନେଇଛନ୍ତି । ଏ ମାମଲା ସଂପର୍କରେ ପରବର୍ତୀ ଶୁଣାଣି ଜୁନ୍ ୪ ରେ ହେବ ।

Leave A Reply

Your email address will not be published.

7 + one =