ଜୁନ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର-
ଆଗାମୀ ୨୫ ଦିନ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୁଦ୍ଧରେ ବିଜୟୀ ହାସଲ କରିବା ପାଇଁ ୫ ଟି ମନ୍ତ୍ର ଶୁଣାଇଛନ୍ତି ।
୧-ଘରେ ରୁହନ୍ତୁ, ଜରୁରୀ କାମନଥିଲେ ବାହାରେ ବୁଲନ୍ତୁ ନାହିଁ
୨- ବାହାରକୁ ଯିବାବେଳେ ମୁହଁରେ ମାସ୍କ ପିନ୍ଧନ୍ତୁ । ଏହା ଦ୍ୱରା ୯୦ ପ୍ରତିଶତ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇବ ।
୩- ହାଟ, ବଜାର. ଅଫିସ ବା ଟ୍ରାଫିକ ସବୁଠାରେ ସାମାଜିକ ଦୂରତ୍ୱ ପାଳନ କରନ୍ତୁ ।
୪ -ଘରକୁ ଫେରିବା ପରେ ଭଲଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୁଅନ୍ତୁ ।
୫- ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି , ଗର୍ଭବତୀ ଓ ୧୦ ବର୍ଷରୁ କମ ଶିଶୁଙ୍କୁ ବାହାରକୁ ଛାଡନ୍ତୁ ନାହିଁ ।
ଜୀବନଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଜୀବିକା ପାଇଁ ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଜୁନ ମାସ ୧୦ ତାରିଖରେ ମୌସୁମୀ ରୁତୁ ଆରମ୍ଭ ହୋଇଥିବାରୁ ଥଣ୍ଡା, କାଶ, ଜ୍ୱର ଆଦି ହେବ । ସେଥିପ୍ରତି ସତର୍କ ରହିବାକୁ ପଡିବ ।