ବଲାଙ୍ଗୀର- ଜମିଜମା ବିବାଦ ନେଇ ଦାଦା- ଖୁଡୀଙ୍କ ଜୀବନ ନେଇଗଲା ପୁତୁରା । କ୍ରେଧାନ୍ୱିତ ପୁତୁରା ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଅତି ନିର୍ମମ ହତ୍ୟା କରିି କୂଅରେ ଫିଙ୍ଗି ଦେଲା । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡା ଗ୍ରାମରେ ହୋଇଛି । ପୁଲିସ ଘଟଣା ସ୍ଥଳରେ ପଂହଚି ହତ୍ୟାକାରୀ କୁଶକୁ ଅଟକ ରଖି ପଚରା ଉଚରା କରୁଛି । ଦୀର୍ଘ ଦିନ ଧରି ଦାଦା ତି୍ରଲୋଚନ ନାଗଙ୍କ ପରିବାର ଓ ପୁତୁରା କୁଶ ନାଗଙ୍କ ମଧ୍ୟରେ ଜମିଜମା ବିବାଦ ନେଇ କଳହ ଲାଗି ରହିଥିଲା । ଶୁକ୍ରବାର ରାତିରେ ପୁତୁରା କୁଶ ଦାଦା କୁଅ ଭିତରକୁ ଫିଙ୍ଗି ଦେଇଥିଲା ।