ଝାରସୁଗୁଡା-ସୁନ୍ଦରଗଡ ସୀମାରେ ମାଫିଆଙ୍କ ଲୁଟ୍

ଭୁବନେଶ୍ୱର: ଝାରସୁଗୁଡା-ସୁନ୍ଦରଗଡ ସୀମାରେ ଜୋର ସୋରରେ ଚାଲିଛି ବେଆଇନ ପଥର କାରବାର । ଦୁଇ ଜିଲ୍ଳାର ସୀମା ନିଛାଟିଆ ଘନ ଜଙ୍ଗଲ ଇଲାକା ହୋଇଥିବା କାରଣରୁ ଅତି ସହଜରେ ବେଧଡକ ହୋଇ ପଥର ଲୁଟ୍ କରିବାରେ ଲାଗିପଡିଛନ୍ତି ମାଫିଆ । ଝାରସୁଗୁଡା ଜିଲ୍ଲାର ଓପିଜିସିଠାରୁ ସୁନ୍ଦରଗଡର ମନୋହର କୋଇଲା ଖଣି ପର୍ଯ୍ୟନ୍ତ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ରେଳ ଲାଇନ ପାଇଁ ମାଟି ଖନନ ବେଳେ କୋଟି କୋଟି ଟଙ୍କାର ଲକ୍ଷ ଲକ୍ଷ ଘନ ମିଟର ପଥର ଖନନ କରାଯାଉଛି । ହେଲେ ଏହାକୁ ଜାଲ କାଗଜ ପତ୍ର ମାଧ୍ୟମରେ ମାଫିଆ ମାନେ ଲୁଟ କରି ବିଭିନ୍ନ ଶିଳ୍ପାନୁଷ୍ଟାନକୁ ଚାଲଣ କରିଥିବା ଅଭିଯୋଗ ହେଉଛି । କେତେକ ପଥର ମାଫିଆ ଉଭୟ ଜିଲ୍ଲାର ଅସାଧୁ ଅଧିକାରୀଙ୍କୁ ହାତ ବାରିସି କରିଥିବାରୁ ତାଙ୍କ ପ୍ରତି ସାତ ଖୁଣ ମାଫର ନିତି ଅବଲମ୍ବନ କରାଯାଉଛି ବୋଲି କୁହାଯାଉଛି । ସରକାରୀ ନିୟମ ଅନୁସାରେ ରେଳ ଲାଇନ କିମ୍ବା ଜଙ୍ଗଲରୁ ବାହାରୁଥିବା ପଥର ହେଉଛି ସରକାରଙ୍କ ଲଘୁ ଖଣିଜ ସମ୍ପଦ ।ଏହାକୁ ଉଠାଣ କରିବାକୁ ହେଲେ ସେହି ଅଂଚଳର ତହସିଲ କାର୍ଯ୍ୟଳୟଠାରେ ସେ ବାବଦରେ ରୟାଲିଟି ଜମା କରିବା ଆବଶ୍ୟକ । ଏଥିରୁ ମାଫିଆ ମାନେ ସରକାରୀ ବାବୁଙ୍କ ସହ ସଲାହ ସୁତୁରାରେ ରହିଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.

1 × 4 =