ପୁଣି ବର୍ଷା ଆଶଙ୍କା

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଆଗାମୀ ୨୪ ଘଂଟା ମଧ୍ୟରେ ପ୍ରବଳ ର୍ଷାର ଆଶଙ୍କା ରହିଛି । ଉତର ଓଡ଼ିଶା ଓ ସଂଲଗ୍ନ ଅଂଚଳରେ ଘୂର୍ଣ୍ଣି ବଳୟ ରହିବା ଫଳାର ଦକ୍ଷିଣ ପଶ୍ଚିମ ମୈାସୁମି ବାୟୁ ସକ୍ରିୟ ହୋଇଛି । ଏଥି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହା ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨୧ ତାରିଖରେ  ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କଟକ ଓ ଅନୁଗୋଳ,  ୨୨ ତାରିଖ ଦିନ ନୂଆପଡ଼ା, ବରଗଡ଼, ନବରଙ୍ଗପୁର,ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡିରେ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

19 − 1 =