ମାସ୍କ ପିନ୍ଧି ନ ଥିବା ଯୁବକକୁ ପୁଲିସର ସଂଘବଦ୍ଧ ଆକ୍ରମଣ

ଭଦ୍ରକ- ପୁଣି ସାମ୍ନାକୁ ଆସିଲା ପୁଲିସର ବର୍ବରତା । ମାସ୍କ ପିନ୍ଧି ନ ଥିବାରୁ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ । ଭିଡିଓ ଭାଇରାଲ ହେବା ପରେ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସିପି । ପୁଲିସର ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ।ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ମାଡଖାଇ ଥିବା ଯୁବକ ପୂର୍ବରୁ ମହିଳା କନେଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନଥିବାରୁ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି । କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇସି ଥାନା ଭିତରେ ଜଣେ ଯୁବକକୁ ଗୋଇଠା ବିଧା ମାରିବା ଭିଡିଓ ଭାଇରାଲ ହେବାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଭଦ୍ରକରେ ପୁଣି ଅନୁରୂପ ଘଟଣାର ପୁନାରା ବୃତି ହୋଇଛି ।

Leave A Reply

Your email address will not be published.

two × two =