ରାଜ୍ୟରେ ବର୍ତ୍ତମାନ ଟ୍ରିପଲ ମ୍ୟୁଟେଣ୍ଟ ଚିହ୍ନଟ ହୋଇଥିବା ଜଣାପଡି ନାହିଁ

ଭୁବନେଶ୍ୱର: ଆମ ରାଜ୍ୟରେ ବର୍ତ୍ତମାନ ଟ୍ରିପଲ ମ୍ୟୁଟେଣ୍ଟ ଚିହ୍ନଟ ହୋଇଥିବା ଜଣାପଡି ନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବା କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦ୍ୱିତୀୟ ଡୋଜ୍ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି । ସେ ଅହୁରି ମଧ୍ୟ କହିଛନ୍ତି , ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକା ଦେବେ ନାହିଁ । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । ମୂଲ୍ୟ ନିର୍ଦ୍ଧାରଣ ଅନୁଯାୟୀ ୬୦୦ ଟଙ୍କାରେ ଟିକା କିଣିବେ । ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଟିକା ଦିଆସରିଛି । ଟିକା ନେଲେ ମୃତ୍ୟୁ ହାର କମ ରହିବା ସହିତ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି । ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ । ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା ହୋଇଥିବାରୁ ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଶୁକ୍ରବାର ଚାଲୁ ରହିବ । ବର୍ତ୍ତମାନ ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । ତେବେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ମେ ୧ ତାରିଖରୁ ହେବ । ଏନେଇ ଭାରତ ସରକାର ଗାଇଡ ଲାଇନ୍ ଜାରି କଲେ ସେହି ଅନୁସାରେ ଟିକାକରଣ କରାଯିବ ।

Leave A Reply

Your email address will not be published.

seven + 9 =