ଭୁବନେଶ୍ୱର- ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ ଆଜି ଠାରୁ ପୁରୀ ଓ ଲିଙ୍ଗରାଜ ଉନ୍ନୟନ କାର୍ଯ୍ୟ ପୁଣିଥିରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ତତ୍ପର ହୋଇପଡିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱ କ୍ରମେ ଉତର ଦ୍ୱାର ପାଖରୁ ଚାଲିଛି ଉଛେଦ କାର୍ଯ୍ୟ । ଏହା ସତ୍ୟ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଛେଦ ହେବ ବୋଲି ଜଣାପଡିଛି । ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କଂପ୍ଲେସ ଏବଂ ମୂଷା ନଦୀର ସମ୍ପ୍ରସାରଣର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲାଗି ଅଧିଗ୍ରହଣ ଶେଷ ହୋଇଛି । ମନ୍ଦିର ଉନ୍ନୟନ ପ୍ରକଳ୍ପ ଲାଗି ଜଗନ୍ନାଥ ହେରିଟେଜ କରିଡର, ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନାଥ ସଂସ୍କୃତି କେନ୍ଦ୍ର ଆଦି ପାଇଁ ଡିଜାଇନ ପ୍ରସ୍ତୁତ ମଧ୍ୟ ସରିଛି ।