ଅନାଥ ଶିଶୁଙ୍କ ଉପରେ ପଡିଲା ପ୍ରଶାସନ୍‌ର ଦୃଷ୍ଟି

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକର କାଉଁରିକଳା ଗ୍ରାମର ଦୁଇ ପିତୃମାତୃହୀନ ଶିଶୁଙ୍କ ଉପରେ ପ୍ରଶାସନର କୃପା ଦୃଷ୍ଟି ପଡିଥିବାର ଲକ୍ଷ୍ୟ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଉକ୍ତ ଦୁଇ ପିଲାଙ୍କ ନିକଟରେ ପହଂଚି ସେମାନଙ୍କ ଭଲ ମନ୍ଦ ବୁଝିବା ସହ ସେମାନଙ୍କର ଥଇଥାନ କାର୍ଯ୍ୟକ୍ରମ ହାତକୁ ନେଇ ଅନୁରୁପ ଯୋଜନା କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରୀ ସୌମ୍ୟରଞ୍ଜନ ଦାଶ, ଶିଶୁ ମଙ୍ଗଳ ସମିତିର ଗୀତାଞ୍ଜଳି ମିଶ୍ର ଏବଂ ସ୍ମିତା ଦାସ ପିଲାମାନଙ୍କ ନିକଟରେ ପହଂଚି ଆଲୋଚନା କରିଥିଲେ । ଆଲୋଚନା ସମୟରେ ଉକ୍ତ ଗ୍ରାମ ପଂଚାୟତ ସରପଂଚ ତଥା ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ବୀରବର ମାଝୀ, ନାଏବ ସରପ ଶାନ୍ତିଲତା ପାତ୍ର, ଅଙ୍ଗନୱାଡି କର୍ମୀ କମଳା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଦୁଇ ଶିଶୁଙ୍କର ଭବିଷ୍ୟତର ନିରାପତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତିତ ‘ଆର୍ଶୀବାଦ ଯୋଜନା’ ମଧୁବାବୁ ପେନସନ ଯୋଜନା ଏବଂ ଅନ୍ୟ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ସହାୟତା ସହାୟତା ଯୋଗାଇ ଦିଆଯିବା ସହ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ପ୍ରକାଶ କରିଛନ୍ତି । ପିତୃମାତୃହୀନ ଶିଶୁଙ୍କ ନିକଟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ପହଂଚି ସେମାନଙ୍କ ଥଇଥାନ ନିମନ୍ତେ ପଦକ୍ଷେପ ନେଇଥିବାରୁ ଅଂଚଳବାସୀ ପ୍ରଶଂସା କରିଛନ୍ତି । ଗତ ୨୦୨୦ ବର୍ଷ ଏପ୍ରିଲ ୧ ତାରିଖ ଏବଂ ତାପରେ ଜିଲ୍ଲାରେ ପିତୃମାତୃହୀନ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ ସହ ଥଇଥାନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ‘ଆର୍ଶୀବାଦ ଯୋଜନା’ ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାରିକ କହିଛନ୍ତି । କେବଳ ଏହି ଦୁଇ ଶିଶୁ ନୁହଁନ୍ତି ଜିଲ୍ଲାରେ ଏଭଳି ଅନେକ କୋମଳମତି ଶିଶୁ ଅନାଥ ହୋଇ ବଂଚିବା ଲାଗି ସଂଗ୍ରାମ କରୁଥିବା କାରଣରୁ ପ୍ରଶାସନ ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

six − 1 =