ଗଞ୍ଜାମ- ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପଂହଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କେବଳ ୧୦,୬୭୨ ରହିଛି, ଓ ମୃତ୍ୟୁସଂଖ୍ୟା ୯୯ରେ ପଂହଚିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା କଥା କହିଛନ୍ତି ଗଞ୍ଜାମ ଜିଲ୍ଲାପ୍ରଶାସନ । କିନ୍ତୁ ଅଗଷ୍ଟ ମାସ ଗଞ୍ଜାମ ଜିଲ୍ଲା ପାଇଁ ବିପଦ । ତେଣୁ ଏହି ମାସରେ ଅଧିକ ସର୍ତକ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତିି । କଟକଣାକୁ ଆହୁରି କଡାକଡି କରିବା ପାଇଁ ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ପଥ ସିଲ୍ କରାଯିବ । ଏତଦ୍ ବ୍ୟତିତ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଦୋକାନକୁ ଆସୁଥିବା ଗ୍ରାହକଙ୍କ କଂଟାକ୍ଟ ଡିଟେଲ ରଖିବେ ଓ ଦୋକାନୀ ଆଗରେ ବ୍ୟାରିକେଟ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଶନିବାର ଓ ରବିବାର ସଟଡାଉନ ଜାରି ରହିବ ।