ଭୁବନେଶ୍ୱର: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ପାକାବନ୍ଦୀ କରି ପୁଲିସ ଅଫିସରମାନେ ଚେକିଂ ଜୋରଦାର କରିବେ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୁଲିସକୁ ସାହାର୍ଯ୍ୟ କରିବାକୁ ସିପି ଅନୁରୋଧ କରିଛନ୍ତି । ଅନ୍ୟପ୍ଣଙ୍କ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୫ଟାରୁ ୬ଟା ଯାଏଁ ଲୋକମାନେ ମଣ୍ଣିଂ ୱାକ୍ କରିବାକୁ ସୁଯୋଗ ପାଇବେ । ଏବଂ ସଟଡାଉନ୍ରୁ ବାଦ ପଡିଥିବା ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ପରିଚୟ ପତ୍ର ଦେଇ ଯା ଆସ କରିପାରିବେ ବୋଲି ପୁଲିସ କମିଶନର କହିଛନ୍ତି । ସଟଡାଉନ୍ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । କଟକରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୃତୟନ ହେବାକୁ ଥିବାବେଳେ ରାଜଧାନୀରେ ଚେକିଂ କଡାକଡି ପାଇଁ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୫୦ ଅଫିସର ନିଯୁକ୍ତ ହେବେ । ତା ସହିତ ବିଭିନ୍ନ ପୁଲିସ ଭ୍ୟାନ ମଧ୍ୟ ଟୁଇନ୍ସିଟିରେ ବୁଲି ଯାଂଚ କରିବ ବୋଲି ପୁଲିସ ସିପି ପ୍ରେସମିଟ କରି ସୂଚନା ଦେଇଛନ୍ତି ।