ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା

ପୁରୀ: ମହାମରୀର ଭୟବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ । ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ପୁରୀ ଜିଲ୍ଲାର ଲୋକ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ । ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେହିପରି ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ । କୋଭିଡକୁ ଦେଖି ମେ ୧୫ ତାରିଖ ଯ୍ଧଶ ଏହି ନିଅମ ଜାରି ରହିବ । ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିଛି । କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ , ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ଆହୁରି ସମସ୍ୟା ହୋଇପାରେ । ତେଣୁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ , ସେଥିପାଇଁ ଭକ୍ତଙ୍କ ।ଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ସେଟେ ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ ଚନ୍ଦନଯାତ୍ରା ହେବାର କଥା । ଶ୍ରୀଜିଉଙ୍କ ଚଳନ୍ତି ୍ରତିମା ଶ୍ରୀମନ୍ଦିରରୁ ଯ୍ଧବ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ନା ଗତ ବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ, ସେ ସମ୍ପର୍କରେ ଆସନ୍ତା ୬ ତାରିଖରେ ଏକ ବୈଠକ କରି ନିଷ୍ପତି ନିଆଯିବ ବୋଲିତ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରାଜ୍ୟରେ କେରାନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହନ୍ତ ସଟଡାଉନ୍ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳ ଗୁଡିକରେ ଜୀବନଯାତ୍ରା ସ୍ୱଭାବିକ ଭାବେ ଆରମ୍ଭ ହୋଇଛି ।

Leave A Reply

Your email address will not be published.

eight − six =