ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର

ଭୁବନେଶ୍ବର: ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ରାଜ୍ୟକୁ ଫେରିବା ପରେ ପରେ ଏମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଏଠାରେ ଏମାନଙ୍କର ରହିବା, ଖାଦ୍ୟପାନୀୟ, ସ୍ୱଛତା ରକ୍ଷା ଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବ୍ୟବସ୍ଥା କରିବେ ସରକାର । କ୍ୱାରେଣ୍ଟିନରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

କ୍ୱାରେଣ୍ଟିନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଚ୍ଛତା ରକ୍ଷା ବାବାଦରେ ୩୦୦ ଟଙ୍କା । ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କୁଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ କ୍ୱାରେଣ୍ଟିନ୍ କ୍ୟାମ୍ପରେ । ସେହିପରି ସମସ୍ତଙ୍କୁ ଦାନ୍ତ ଘଷା ବ୍ରସଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ । ପ୍ରତ୍ୟେକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ ।

Leave A Reply

Your email address will not be published.

five × 1 =