ହନିମୁନ୍‌ରୁ ଫେରି ଜୋଇରେ ଜଳିଲେ ନବଦମ୍ପତ୍ତି

ନୟାଗଡ଼: ନୂଆ କରି ବିବାହ କରିଥିଲେ, ଦୁହେଁ ମିଶି କେତେ କ’ଣ ସ୍ବପ୍ନ ବି ଦେଖିଥିଲେ । ଜଣେ ଅନ୍ୟ ଜଣକୁ ଭଲସେ ପରଖିବା ଆଗରୁ ସବୁକିଛି ଶେଷ କରିଦେଲା ମହାମାରୀ କରୋନା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହେବାକୁ ଯିଏ କଥା ଦେଇଥିଲା, ଅଧା ରାସ୍ତାକରୁ ତାକୁ ଛଡ଼ାଇନେଲା କାଳ ସ୍ବରୋପୀ କରୋନା । ଏପରି ଏକ ହୃଦୟ ବିଦାରକୁ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ଗତ 4 ମାସ ତଳେ ସୁନୀତାରାଣୀ ପାତ୍ରଙ୍କୁ ବୈଦିକ ରିତିରେ ଦିବାହ କରିଥିଲେ ମଥୁରାପୁର ପାଟଣାର ଦିଲ୍ଲୀପ କୁମାର ପାତ୍ର । ଦୁହିଙ୍କ ଘର ଗୋଟିଏ ସାହିରେ ହୋଇଥିବାରୁ ସେମାନେ ବହୁତ ଖୁସିଥିଲେ । ବିବାହ ପରେ ସ୍ବାମୀ-ସ୍ତ୍ରୀ ହନିମୁନ ପାଇଁ ଆଣ୍ଡାମାନ ନିକୋବର ଯାଇଥିଲେ । ସେଠାରେ ସେମାନେ କିଛି ଦିନ ରହିଲା ପରେ ଫେରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କ ଦୁହିଙ୍କର ହୋଇଥିଲା କରୋନା ଟେଷ୍ଟ । ସେହି ଟେଷ୍ଟରେ ସ୍ବାମୀଙ୍କର ରିପୋର୍ଟ ପୋଜିଟିଭ୍‌ ଆସିଥିବା ବେଳେ, ସ୍ତ୍ରୀଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଫଳରେ ସ୍ବାମୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ସ୍ତ୍ରୀ ଶାଶୁ ଘରକୁ ଫେରିଯାଇଥିଲେ । ସୋମବାର ସକାଳେ କୋଭିଡ୍‌ ହସ୍ପିଟାଲ୍‌ରୁ ଏକ ଫୋନ୍‌ କଲ୍‌ ଆସିଥିଲା । ସେଥିରୁ ସୁଣିବାକୁ ମିଳିଲା ଦିଲ୍ଲୀପ ଆଉ ନାହାନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ପରିବାର ଲୋକେ । କ୍ଷଣକେ ମଧ୍ୟରେ କଥା ଚାରିଆଡ଼େ ବ୍ୟାପିଗଲା କାନ୍ଦ ବୋବାଳିରେ ଚାରିକାନ୍ଥ ଫାଟିପଡ଼ିଲା  । ଆଉ ସେହି କାନ୍ଦର ସ୍ବର ଯାଇ ପଡ଼ିଲା ସୁନୀତାଙ୍କ କାନରେ  । ଯାହାକୁ ଶୁଣି ସାହିଠାରେ ଟଳି ପଡ଼ିଲେ ସୁନୀତା । ସେପଟେ କୋଭିଡ୍‌ ପ୍ରୋଟୋକଲ୍‌ରେ ଦିଲ୍ଲୀପଙ୍କ ଚିତା ଜଳିବା ସହିତ ବନ୍ଧୁ ପରିଜନଙ୍କ ଦ୍ବାରା ଗାଁ ଶ୍ମଶାନରେ ଜଳିଲା ସୁନୀତାଙ୍କ ଜୁଇ ।

Leave A Reply

Your email address will not be published.

3 × 4 =