ଓଡ଼ିଶାରେ ସରକାର ଗଠନ ଡେରି ନାହିଁ: ନଡ୍ଡା

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ସେଦିନ ଆଉ ଦୁର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରରଣୀ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଭର୍ଚୁଆଲ ସମାବେଶଶରେ ଉଦବୋଧନ ଦେଇ ରାଷ୍ଟି୍ରୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି । ରାଜ୍ୟର ବିଜେପି କର୍ମକର୍ତାଙ୍କୁ ଉଦବୋଧନ ଦେଇ ନଡ୍ଡା କହିଛନ୍ତି, କାର୍ଯ୍ୟକର୍ତା ସବୁବେଳେ ଆତ୍ମଚିନ୍ତନ କରି ନିଜ ଯୋଗ୍ୟତା ବଢାଇବା ଜରୁରୀ । ସେମାନେ ନିଜ ପ୍ରଭାବ ଏବଂ ପରିପକ୍ୱତା ବଢାଇବା ଜରୁରୀ । ଯୋଗ୍ୟତା, ଉପଯୋଗିତା, ପ୍ରଭାବ, ପରିପକ୍ୱତା ଉପରେ ଚିନ୍ତନ ଜରୁରୀ । ଓଡିଶାରେ କର୍ମକର୍ତାମାନେ ଧିରେ ଧିରେ ଦଳକୁ ଆଗକୁ ବଢାଇ ପାରିଛନ୍ତି । ଲମ୍ବା ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ତେଣୁ ରାଜ୍ୟରେ ସରକାର ଗଠନ ଦିନ ଦୁର ନୁହେଁବୋଲି କହି ଦଳୀ୍ର କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ନଡ୍ଡା । ଏହି ସମାବେଶରେ ଓଡିଶା ପରିପ୍ରେକ୍ଷୀରେ ରାଜନୈତିକ ଶପଥପାଠ ହେବ ।
ଆଜି ପୁର୍ବହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଭିଡିଓ କନଫରେନ୍ସିଂରେ ବୈଠକ ଚାଲିବ । ରାଜ୍ୟ କାର୍ଯ୍ୟକାରିଣିକୁ ରାଷ୍ଟି୍ରୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ବୈଠକକୁ ଉଦଘାଟନ କରିଥିବା ବେଳେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ରାଷ୍ଟି୍ରୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଭିଡିଓକନଫରେନ୍ସିଂରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.

13 − 7 =