ଶାମୁକା ଦିବସ

ପ୍ରତିବର୍ଷ ଅଗଷ୍ଟ ୫ ତାରିଖରେ ପାଳନ କରାଯାଏ ‘ ଶାମୁକା ଦିବସ’ । ଏହା ସ୍ୱୟଂ ଲିଙ୍ଗ ପରିବର୍ତନ କରିପାରୁଥିବା ଜୀବ । କେତେକ ନିର୍ଦିଷ୍ଟ ପ୍ରକାରର ଶାମୁକାରୁ ମୁକ୍ତା ମିଳେ । କିଛି ପ୍ରଜାତିର ଶାମୁକା ମଣିଷର ଖାଦ୍ୟ ହୋଇଥାଏ । ମଣିଷ ଖାଉଥିବା ଶାମୁକାର ମୁକ୍ତା ମିଳେନାହିଁ । ତେବେ ବିଶ୍ୱରେ ପ୍ରଥମେ ପ୍ରାଚୀନ ରୋମାନୁମାନେ ଖାଦ୍ୟ –ଉପଯୋଗୀ ଶମୁକା ଚାଷ ଆରମ୍ଭ କରିଥିଲେ । ଶାମୁକାରୁ ବହୁ ପ୍ରକାରର ଜୀବସାର ଖାଦ୍ୟସାର ମିଳେ । ଶାମୁକା ଉଭୟ ମଧୁର ଓ ଲବଣାକ୍ତ ଜଳରେ ବାସକରେ । ଏହାର ରକ୍ତ ବର୍ଣ୍ଣହୀନ । କେତେକ ପ୍ରଜାତିର ଶାମୁକା ୨୦ ବର୍ଷ ବଂଚିପାରନ୍ତି । ପ୍ରବାଳଶ୍ରେଣୀ ବା କୋରାଲ୍ରିଫ୍ ଉତଙ୍ଗ ଢେଉ ରୋକିବାକୁ ସକ୍ଷମ । ପ୍ରବାଳଶ୍ରେଣୀ ଭଳି ଶାମୁକାଶ୍ରେଣୀ ଓ ଶାମୁକା ଏବେ ବିପଦରେ । ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ସାରା ବିଶ୍ୱରେ ଶାମୂକା ସଂଖ୍ରା ହ୍ରାସ ପାଇବାରେ ଲାଗିଛି

Leave A Reply

Your email address will not be published.

three × five =