ବିମାନ ଯୋଗେ ତେଲେଙ୍ଗାନାରୁ ଓଡ଼ିଶା ଆସିଲା ୯ଟି ଅମ୍ଳଜାନ ଟ୍ୟାଙ୍କର

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ଅମ୍ଳଜାନର ସଙ୍କଟ ସୃଷ୍ଟି ହୋଇଛି । ଏଭଳି ଏକ ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଓଡ଼ିଶାରୁ ଅମ୍ଳଜାନ ନେବାକୁ ନିବେଦନ କରିବାରେ ଲାଗିଛନ୍ତି। ଓଡ଼ିଶା ମଧ୍ୟ ଆବଶ୍ୟକ ଥିକା ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବା ଆରମ୍ଭ କରିଛି । ଏହିକ୍ରମରେ ତେଲେଙ୍ଗାନା ମଧ୍ୟ ଓଡ଼ିଶାରୁ ଅକ୍ସିଜେନ ନେବ । ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ୯ଟି ଖାଲି ଅକ୍ସିଜେନ୍‌ ସପ୍ଲାଏ ଟ୍ୟାଙ୍କର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛି । ଭାରତୀୟ ବାୟୁସେନାର ଦୁଇଟି ସି-୧୭ ବିମାନରେ ଖାଲି ଟ୍ୟାଙ୍କରଗୁଡ଼ିକ ହାଇଦ୍ରାବାଦର ବେଗମପେଟ୍‌ ଏୟାରପୋର୍ଟରୁ ଓଡ଼ିଶାର ଲିକ୍ୟୁଟ ଅକ୍ସିଜେନ ପ୍ଲାଣ୍ଟସ ଅଭିମୁଖେ ଉଡ଼ାଣ ଭରିଥିଲା । ଏୟାରପୋର୍ଟରେ ଏହି ଅପରେସନକୁ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଇ ରାଜେନ୍ଦ୍ର ଓ ମୁଖ୍ୟ ସଚିବ ତର୍ଜମା କରିଛନ୍ତି । ସେମାନଙ୍କ ଉପସ୍ଥିତରେ ଖାଲି ଟ୍ୟାଙ୍କର ଓଡ଼ିଶା ଆସିଛି । ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦ୍ର କହିଛନ୍ତି, ବିମାନରେ ଯାଇଥିବା ଏହି ଟ୍ୟାଙ୍କର ଗୁଡ଼ିକ ସଡ଼କ ପଥରେ ଆସିବ। ଓଡ଼ିଶାରୁ ୧୫୦ ଟନ୍‌ ଅକ୍ସିଜେନ ଧରି ଟ୍ୟାଙ୍କରଗୁଡ଼ିକ ଏପ୍ରିଲ ୨୭ରେ ତେଲେଙ୍ଗାନାରେ ପହଞ୍ଚିବ । ଓଡ଼ିଶାର ଅନୁଗୋଳ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ବିମାନ ଯୋଗେ ଟ୍ୟାଙ୍କର ଯାଇଥିବାରୁ ପରିବହନ ପାଇଁ ଆବଶ୍ୟକ ୩ ଦିନ ହ୍ରାସ ପାଇଛି । ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତେଲେଙ୍ଗାନା ସରକାର ଯେତେ ଟଙ୍କା ଦରକାର ସେତେ ଅର୍ଥ ଖର୍ଚ୍ଚ କରିବେ । ସରକାର ୨୨ଟି ହସ୍ପିଟାଲରେ ଲିକ୍ୟୁଡ ଅକ୍ସିଜେନ ଟ୍ୟାଙ୍କର ଲଗାଇଛନ୍ତି । ଏହି ବ୍ୟବସ୍ଥା ରାଜ୍ୟରେ ଅକ୍ସିଜେନ ସଙ୍କଟ ଜନିତ ସମସ୍ୟା ସୃଷ୍ଟି କରିବ ନାହିଁ । ତେଲେଙ୍ଗାନକୁ ଦୈନିକ ୩୮୦ ଟନ୍‌ ଅକ୍ସିଜେନ ମିଳିବ ବୋଲି କେନ୍ଦ୍ର ସରକାର କହିଥିଲେ । କିନ୍ତୁ ୨୬୦ରୁ ୨୭୦ ଟନ୍‌ ଅକ୍ସିଜେନ ମିଳୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

twenty − 12 =