କଡ଼ାକଡ଼ି ହେଲା ଚେକିଂ; ଏଥର ଆଉ ଆଇକାର୍ଡ଼ ଦେଖାଇ ବୁଲିପାରିବେନି ଅମାନିଆ

ଭୁବନେଶ୍ବର: କରୋନା ମହାମାରୀର ଏହି ଯୁଦ୍ଧକାଳୀନ ପରିସ୍ଥିରେ ଅଣାୟତ ହୋଇଥିବା ସଂକ୍ରମଣକୁ ଆୟତକୁ ଣିବାକୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ହେଲେ ଏହି ଲକ୍‌ଡାଉନରେ ଆଇଡି କାର୍ଡ଼ ଦେଖାଇ ବାହାରେ ବୁଲିବାରେ ମାତିଛନ୍ତି କିଛି ଅମାନିଆ ଦଳ । ଏହାକୁ ନଜରରେ ରଖି ଶନିବାର ଠାରୁ ଭୁବନେଶ୍ବର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପରିଚୟପତ୍ର ଦେଖାଇ ବାହାନାରେ ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ‘‘ଚଳିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନରେ କୌଶସି ପାସ୍‌ ଜାରି କରାଯାଇ ନାହିଁ । ଏଥିରେ କେବଳ ଆଇଟି, ବ୍ୟାଙ୍କ ଓ ଗଣମାଧ୍ୟମ ଭଳି ଜରୁରୀ ସେବାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କିଛି ଅମାନିଆ କର୍ମଚାରୀ ସେମାନଙ୍କର ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଛନ୍ତି । ତେବେ ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ କେଉଁ କର୍ମଚାରୀ କେଉଁ ଅଫିସ୍‌ରେ କାର୍ଯ୍ୟ କରୁଛନ୍ତି ଓ କେଉଁ ସମୟରେ କାମ କରିବେ ସେ ନେଇ ନିରଦ୍ଧିଷ୍ଟ ଅଥରାଇଜେସନ୍‌ ଲେଟର ଡିସିପିଙ୍କ ପାଖରେ ଦାଖଲ୍‌ କରିବାକୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି ।’’

Leave A Reply

Your email address will not be published.

20 − 4 =