ମୋଦୀଙ୍କ ସହ କଥାହେଲେ ନବୀନ; ଅକ୍ସିଜେନ୍ ଯୋଗାଇବାରେ ସହଯୋଗ କରିବ ଓଡ଼ିଶା

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଦେଶର କୋଭିଡ୍ ସ୍ଥିତିକୁ ନେଇ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, କୋଭିଡ୍ ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି । ଜାତୀୟ ସ୍ଥରରେ କୋଭିଡ୍ ମୁକାବିଲା ପାଇଁ ସହଯୋଗ କରିବ ଓଡ଼ିଶା । ଏଥିରେ ଅକ୍ସିଜେନ୍ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ସହଯେଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାମାରୀ କରୋନାରେ ପ୍ରତିଦିନ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି । ଏଥିରେ ସବୁଠାରୁ ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି ହୋଇଛି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ କେରଳ ପରି ରାଜ୍ୟରେ । ସେଠାରେ ଥିବା ମେଡିକାଲରେ ଚିକିତ୍ସାଧିନ ଥିବା କରୋନା ରୋଗୀଙ୍କୁ ମିଳି ପାରୁନାହିଁ ଅକ୍ସିଜେନ୍ । ଯାହାଫଳରେ ୁ ରୋଗୀଙ୍କର ମୃତ୍ୟୁ ହେଉଛି । ତେଣୁ ବିଭିନ୍ନ ରାଜ୍ୟର ସରକାର କେନ୍ଦ୍ରକୁ ଅକ୍ସିଜେନ ଯୋଗାଇବାକୁ ଅନୁରୋଧ କରୁଛନ୍ତି । ଯଥା ଶୀଘ୍ର ଅକ୍ସିଜେନ ଯୋଗାଇବାକୁ ମଧ୍ୟ ଗୁହାରୀ କରୁଛନ୍ତି ।

Leave A Reply

Your email address will not be published.

sixteen − eleven =