କରୋନାରେ ଯାତ୍ରା ଜଗତର ବରିଷ୍ଠ ହାସ୍ୟ ଅଭିନେତା ଜଗା ରାଉତଙ୍କ ପରଲୋକ

ଭୁବନେଶ୍ବର: ଆଉ ଦେଖିବାକୁ ମିଳିବନି ଯାତ୍ରା ମଞ୍ଚରେ ଜଗବନ୍ଧୁ ରାଉତ (ଜଗା)ଙ୍କ କମେଡ଼ି । ମଞ୍ଚରେ ନିଜର ଅଭିନୟର ଜାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଅଭିନେତାଙ୍କ ଜୀବନ ଦୀପ ଲିଭାଇ ଦେଇଛି ମାହାମାରୀ କରୋନା । କେନ୍ଦ୍ରାପଡ଼ାରେ କଳିଙ୍ଗ ଗଣନାଟ୍ୟର ଅପେରା ଚାଲିଥିଲା ବେଳେ ରାଜ୍ୟରେ ହଠାତ୍‌ କରୋନା ଗ୍ରାଫ୍‌ ବଢ଼ିବାରୁ ଯାତ୍ରା ବନ୍ଦ କରିବାକୁ ନଷ୍ପତ୍ତି ନେଲେ ରାଜ୍ୟ ସରକାର । ଯାହା ଫଳରେ କେନ୍ଦ୍ରାପଡ଼ାରେ ହେଉଥିବା ଯାତ୍ରାକୁ ଅଧାରୁ ବନ୍ଦ କରି ସମସ୍ତ କଳାକାର ନିଜ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଜଗା ଭାଇ ମଧ୍ୟ ବଳଙ୍ଗା ସ୍ଥିତ ନିଜ ଘରକୁ ଫେରିଥିଲେ । ତେବେ ଗୁରୁବାର ଦିନ ସେ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । କୋଭିଡ୍‌ ରିପୋର୍ଟ ପୋଜିଟିଭ୍‌ ଆସିବାରୁ ତାଙ୍କୁ ପୁରୀ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ତିନି ଦିନ ତଳେ ତାଙ୍କୁ ଭୁବନେଶ୍ବର ସ୍ଥିତ ନୀଳାଚଳ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟଷ ହୋଇଥିଲା । ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

one × 4 =