ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ । ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶ କରିବ ବୋର୍ଡ । ଯେଉଁମାନେ ଫଳାଫଳକୁ ନେଇ ଅସନ୍ତ୍‌ୁଷ୍ଟ ରହିବେ ସେମାନେ ପୁଣିଥରେ ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେଇପାରିବେ । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଆସନ୍ତା ମେ’ ୪ରୁ ଜୁନ୍ ୧୪ ପର୍ଯ୍ୟନ୍ତ ହୋଇଥାନ୍ତା ସିବିଏସଇ ଦ୍ୱାଦଣ ବୋର୍ଡ ପରୀକ୍ଷା । ତେବେ ଜୁନ୍ ୧ ରେ ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ । କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହୁଥିବା କାରଣରୁ ଏଭଳି ନିଷ୍ପତି ନିଆଯାଇଛି ।ପରୀକ୍ଷା ହେବାକୁ ନିଷ୍ପତି ହେଲେ ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ । କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହୁଥିବା କାରଣରୁ ଏଭଳି ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

19 − one =