ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥା’ନ୍ତା । ନିର୍ବାଚନକୁ ମାତ୍ର ୩ ଦିନ ବାକି ଥିବା ବେଳେ, ଆଜି କଂଗ୍ରେସ୍ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଛି । ଯାହା ଫଳରେ ପିପିଲି ନିର୍ବାଚନ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି । ଏନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନର ପିପିଲି ନିର୍ବାଚନ ବନ୍ଦ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି । ଜନ ପ୍ରତିନିଧି ଆଇନ୍ ୧୯୫୧ର ସେକ୍ସନ୍ ୫୨ର ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ,ତେବେ ନତର୍ବାଚନ କମିଶନ୍ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ । ତେଣୁ ପିପିଲି କ୍ଷେତ୍ରରେ ଅନୁରୂପ ନତଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ସୂଚନାନୁଯାୟୀ, ଅଜିତ୍ କଂଗ୍ରେସ ଦଳର ଜଣେ ପୁରୁଣା ସଦସ୍ୟ ଥିଲେ । ନିର୍ବାଜନ ପ୍ରଚାର କରୁଥିଲେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ୍ ପୋଜିଟିଭ୍ ବୋଲି ଡାକ୍ତର ଘୋଷଣା କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

8 + 18 =