ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ । ରାଜ୍ୟରେ ଦୈନିକ ସଂକ୍ରମଣ ୯ଶହ ମୁହାଁ ହୋଇଥିବା ବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ କ୍ଷରୁ ଏପରି କଡ଼ାକଡ଼ି ଭାବେ କୋଭିଡ ନିୟମାବଳୀକୁ ଲାଗୁ କରାଯାଇଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି । ଏପରିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କର ବି ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି । ଏହାଛଡା ମାସ୍କ ପିନ୍ଧିବା, ସମାଜିକ ଦୁରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସବୁ ସ୍ଥାନରେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଏଯାଏ କିଛି କଟକଣା ଲାଗୁ ହୋଇନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ସଂକ୍ରମଣ ବଢୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଦିନକୁ ଅଢେଇ ଲକ୍ଷ ଟିକା ଦରକାର । ୧୦ ଦିନ ପାଇଁ ୨୫ ଲକ୍ଷ ଟିକା ଆବଶ୍ୟକ ଥିବାରୁ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ଏହା ବ୍ୟତୀତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ଥିବାରୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଯେଉଁ ରାଜ୍ୟ ସରକାର ଅୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି, ସେହି ସରକାର ଟିକାକରଣ ସଫଳ ହେଉ ବୋଲି ଚାହୁଁ ନାହାନ୍ତି । ଟିକା ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ହୀନ , ରାଜ୍ୟନୀତି କରୁଛନ୍ତି । ଅଧୈର୍ଯ୍ୟ ନ ହୋଇ ଅପେକ୍ଷା କରନ୍ତୁ । ଦେଶରେ ପର୍ଯ୍ୟାନ୍ତ ଟିକା ଅଛି, ସମସ୍ତେ ଟିକା ପାଇବେ ବୋଲି ମୋଦି ପ୍ରତିଶୃ୍ତ ଦେଇଛନ୍ତି ।