ଭୁବନେଶ୍ବର : ବିମାନ ଓ ରେଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ଯାତ୍ରୀମାନେ ଏଥିପାଇଁ ପ୍ରାକ୍ ପଞ୍ଜୀକରଣ କରିବା ସହିତ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ତେବେ ସଙ୍ଗରୋଧରେ ରହିବା ସମୟରେ ଯେଉଁମାନେ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଲେ, ଦୁବାଇ, ଆମେରିକା ଓ ମାଲେସିଆରୁ ଓଡ଼ିଆ ଯାତ୍ରୀମାନେ ଭୁବନେଶ୍ବରରେ ପହଞ୍ଚିବେ। ଏହାସହ ଭୁବନେଶ୍ବରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ବର ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ତେଣୁ ସମସ୍ତ ଯାତ୍ରୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଲାଗୁ ହେବ।