ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ; ସ୍ବାମୀ ଓ ନଣଦ ଅଟକ

କଟକ : ଶାଶୁ ଘରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏହି ଘଟଣା କଟକ ଜିଲ୍ଲା ମାଲଗୋଦାମ ଥାନା ଅଧୀନସ୍ତ ଅଠସାହିରେ ଘଟିଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ ରୀନା ପ୍ରଧାନ । ରୀନାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ପୋଡ଼ି ମାରିଦେଇଛନ୍ତି ନେଇ ଅଭିଯୋଗ କରିଛନ୍ତି ରୀନାଙ୍କ ବାପଘର ଲୋକେ । ଗତ ତିନି ବର୍ଷ ହେଲା ରୀନାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେଣୁ ସେମାନେ ରୀନାଙ୍କ ଦେହରେ ନିଆଁ ଲଗାଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’ ସବିତା ବେହେରା । ମୃତ ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ସେହି କୋଠରୀର ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ହୋଇଯାଇଛି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏନେଇ ସ୍ବାମୀ ଓ ନଣଦଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

Leave A Reply

Your email address will not be published.

11 + thirteen =