ଭୁବନେଶ୍ୱର- ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍ ପ୍ରସ୍ତୁତ ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ଓଡିଶା ସରକାର । ରାଜ୍ୟ ବାହାରୁ ଅସୁଥିବା ପ୍ରବାସୀ ଓଡିଆ ଏବଂ ରାଜ୍ୟ ଭିତରେ ଥିବା ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ ୨ ମାସ ପର୍ଯ୍ୟନ୍ତ ମୁଣ୍ଡପିଛା ୫ କିଲୋ ଚାଉଳ ପରିବାର ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇଦିଆଯିବ । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିତାଧିକାରୀ ମାନଙ୍କ ତାଲିକା ପଠାଇବାକୁ ନିର୍ଦେଶ ଦେଇଛନ୍ତି । କରୋନା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରୁ ଫେରୁଥିବା ଶ୍ରମିକ ଓ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ସେଠାକାର ସରକାର ରିଲିଫ ଆକାରରେ ଚାଉଳ ଓ ଡାଲି ଯୋଗାଇଦେବାକୁ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।