ଆଳି: ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇ ବଜାରରେ ଗୋଟିଏ ହାଇଓ୍ବା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା। ଡ୍ରାଇଭର ଦୌଡ଼ି ପଳାଇ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସଂପୃକ୍ତ ଯୁବକ ବାଳକାଟି ନିକଟରେ ପାର୍କିଂ କରିଥିବା ଆଉ ଏକ ଟ୍ରକ (ନମ୍ବର ଓଡି୨୯ଇ୭୦୮୮)ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।