ପେପର୍ ବ୍ୟାକ୍ ବୁକ୍ ଦିବସ

ପ୍ରତିବର୍ଷ ଜୁଲାଇ ୩୦ରେ ‘ପେପର୍ ବ୍ୟାକ୍ ବୁକ୍ ଦିବସ’ ପାଳନ କରାଯାଏ । ପେପର ବ୍ୟାକ୍ ର ସରଳ ଅର୍ଥ ହେଉଛି ଯାହାର ପ୍ରଚ୍ଛଦ ପତଳା ହୋଇଥାଏ । ଏଭଳି ବହି ସାଧାରଣତଃ ଅଠା ଦ୍ୱାରା ବନେ୍ଧଇ କରାଯାଏ । ଏହାର ବନେ୍ଧଇରେ ସୂତା ବ୍ୟବହୃତ ହୁଏ ନାହିଁ । ମୋଟା ପଟି ବନେ୍ଧଇ ବହି ତୁଳନାରେ ଏହାର ଓଜନ ଯଥେଷ୍ଟ କମ୍ ହୋଇଥାଏ । ତେଣୁ , ଦୂର ପଥ ଯାତ୍ରା ବେଳେ ବୋହିବାରେ ସମସ୍ୟା ହୁଏନାହିଁ ।ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ଏହାର ସୃଷ୍ଟି ହୋଇଥିଲା । ୧୮୩୬ରେ ବ୍ରିଟିସ୍ ପ୍ରକାଶନ ସଂସ୍ଥା ‘ରଟ୍ଲେନ୍ ଆଣ୍ଡ ସନ୍ସ’ ବିଶ୍ୱର ପ୍ରଥମ ପେପରବ୍ୟାକ୍ ପୁସ୍ତକ ବଜାରରେ ଛାଡିଥିଲା । ପୁସ୍ତକ ବିକ୍ରେତା ‘ଡବଲୁ୍ୟ ଏଚ୍ ସ୍ମିଥ୍ ଆଣ୍ଡ ସନ୍ସ’ ମାଧ୍ୟମରେ ବିଭିନ୍ନ ରେଳ ଷ୍ଟେସନ୍ରେ ହିଁ ଏହାର ବିକ୍ରି ଆରମ୍ଭ ହୋଇଥିଲା । ଏହା ସଙ୍ଗେ ସଙ୍ଗେ ଲୋକପ୍ରିୟ ହୋଇଥିଲା ଏବଂ ଅନ୍ୟ ଦେଶରେ ମଧ୍ୟ ଏ ଭଳି ବହିର ବିକ୍ରି ଆରମ୍ଭ ହୋଇଥିଲା । ୧୯୩୧ରେ ପେପରବ୍ୟାକ୍ ର ଆଧୁନୀକରଣ ଜର୍ମାନ ପ୍ରକାଶନ ସଂସ୍ଥା ‘ ଆଲବାଟ୍ରସ ବୁକ୍ସ । ୧୯୩୫ରେ ବ୍ରିଟିସ୍ ପ୍ରକାଶନ ସଂସ୍ଥା ‘ପେଙ୍ଗୁଇନ୍ ବୁକ୍ସ’ ପେପରବ୍ୟାକ୍କୁ ଗୁରୁତ୍ୱ ଦେବା ସହ ସାରା ବିଶ୍ୱରେ ଏହାର ବ୍ୟାପକ ପ୍ରଚଳନ କରାଇଥିଲେ ।

Leave A Reply

Your email address will not be published.

2 + 14 =