ପାରାଦୀପ ଇଫକୋକୁ ‘ଜାତୀୟ ଶକ୍ତି ସରଂକ୍ଷଣ’ ପୁରସ୍କାର

ପାରାଦୀପ : ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଏଥିପ୍ରତି  ଅତୁଳନୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଇଫକୋ ପାରାଦୀପ ୟୁନିଟ୍ କୁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨0୨୩ ରେ ସମ୍ମାନିତ କରାଯାଇଛି l କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପ୍ରଶଂସା ଭାରତର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅଭିନବ ପଦକ୍ଷେପ ପାଇଁ ଇଫକୋ  ପାରାଦୀପ ୟୁନିଟ୍ କୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ସୂଚନାଥାଉକି, ଇଫକୋ ପାରାଦୀପ ୟୁନିଟ ଲଗାତାର ଭାବେ ୩ ଥର ଏହି  ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପାଇ ସାରିଲାଣି l ତେବେ ଗତ ଡିସେମ୍ବର ୧୪ ତାରିଖରେ ନୂଆ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଶକ୍ତି ସରଂକ୍ଷଣ ଦିବସ ପାଳନ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଫକୋ  ପାରାଦୀପ ୟୁନିଟର ନିର୍ଦ୍ଦେଶକ ତଥା ମୁଖ୍ୟ କେ.ଜେ.ପଟେଲଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ lଏହି ପରିପ୍ରେକ୍ଷୀରେ ପାରାଦୀପ ଇଫକୋ ମୁଖ୍ୟ ଶ୍ରୀ ପଟେଲ କହିଛନ୍ତି ଯେ,”ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ଅତ୍ୟନ୍ତ ଗର୍ବିତ l ଏହା ଆମର ଦଳର ଉତ୍ସର୍ଗୀକୃତତା ଏବଂ ଶକ୍ତି ଦକ୍ଷତା ଚଲାଇବାରେ ଆମର ପରିଶ୍ରମର ପ୍ରକୃତ ସ୍ୱୀକୃତି ଏବଂ ଆମର କାର୍ଯ୍ୟରେ ସ୍ଥିରତା ଏବଂ ଦାୟିତ୍ୱପୂର୍ଣ୍ଣ ଉତ୍ସ ପରିଚାଳନା ପାଇଁ ପ୍ରତିବଦ୍ଧତା l ଆମର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁଏସ୍ ୱସ୍ତିଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଆମେ ଆମର ଶକ୍ତି କାର୍ଯ୍ୟଦକ୍ଷତାକୁ କ୍ରମାଗତ ଭାବରେ ଉନ୍ନତ କରିବା ଏବଂ ଅଧିକ ସ୍ଥାୟୀ ଭବିଷ୍ୟତରେ ସହଯୋଗ କରିବାକୁ ପ୍ରତିବଦ୍ଧ। ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଛୋଟ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ, ଏବଂ ଶକ୍ତି ସଂରକ୍ଷଣ ପାଇଁ ଆମର ସାମୂହିକ ଉତ୍ସର୍ଗ ଆମକୁ ଏହି ସମ୍ମାନଜନକ ସ୍ୱୀକୃତି ଆଣିଦେଇଛି ବୋଲି ଶ୍ରୀ ପଟେଲ କହିଛନ୍ତି l

Leave A Reply

Your email address will not be published.

12 − six =