ବ୍ୟାସନଗର : ଯାଜପୁର ଜିଲ୍ଲାର ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ରହିଛି ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡିୟମ l ଏହି ଷ୍ଟାଡିୟମରେ ୱେଟଲିଫଟିଙ୍ଗ କୋଚ୍ ଭାବେ ନିରଜା ମହାପାତ୍ର ନିଯୁକ୍ତି ହୋଇଥିବା ବେଳେ ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଆସି ଏଠି ଟ୍ରେନିଂ ନେଇଥାନ୍ତି l ତେବେ ଆଜି ଏହି ଷ୍ଟାଡିୟମରେ ଏକ ମହିଳା କୋଚ୍ ଙ୍କୁ ହଠାତ୍ ମରଣାତ୍ମକ ଆକ୍ରମଣ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଫଳରେ ମହିଳା କୋଚ୍ ଜଣଙ୍କ ଗୁରୁତ୍ତର ଆହତ ହୋଇ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି ହୋଇଛନ୍ତି l ସୂଚନା ମୁତାବକ ଆଜି ସକାଳ ୯ ଟା ସମୟରେ କିଛି ଛାତ୍ର ଛାତ୍ରୀ ଟ୍ରେନିଂ ପାଇଁ ଆସିଥିଲେ l ସିକୃଟି ଗାର୍ଡ ଚେକ୍ ପରେ ତା ମଧ୍ୟରୁ କିଛି ଅଣଛାତ୍ର ଛାତ୍ରୀ ଥିଲେ ଏବଂ କିଛି ଫେକ ସ୍ଲଟ ବୁକ କରିଥିଲେ l ତେଣୁ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା l ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଅଣଛାତ୍ରଛାତ୍ରୀ ମାନେ ମାନି ନଥିଲେ l ପରେ ୱେଟଲିଫଟିଙ୍ଗ କୋଚ ନିରଜା ମହାପାତ୍ର ତାଙ୍କୁ ଟ୍ରେନିଂ ନେବାକୁ କହିଥିଲେ କିନ୍ତୁ ସେମାନେ ନମାନି ବେଖାତିର କରିଥିଲେ l ତେବେ କ୍ଲାସ ସାରି କୋଚ ନିରଜା ମହାପାତ୍ର ବାହାରିବା ସମୟରେ ପୂର୍ବରୁ ଜଗି ରହିଥିବା କିଛି ଛାତ୍ର, ଛାତ୍ରୀ ମାନେ ମିଳିତ ଭାବେ ହଠାତ୍ ସଂଘବଧ ମରଣାତ୍ମକ ଆକ୍ରମଣ କରି କୋଚ୍ ନିରଜାଙ୍କୁ ରାସ୍ତାରେ ପକେଇ ଦେଇଥିଲେ l ଏବଂ ଜୀବନରେ ମାରିଦେବାକୁ ଧମକ୍ ମଧ୍ୟ ଦେଇଥିଲେ ବୋଲି କହନ୍ତି କୋଚ୍ ନିରଜା l ତେବେ ସେଠାରେ ଅନ୍ୟଜଣେ କୋଚ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ l ନିରଜାଙ୍କ ମୁଣ୍ଡ, ଶରୀର ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା କହିଛନ୍ତି l ସୂଚନା ଥାଉକି ପୂର୍ବରୁ ଏହି ଛାତ୍ରଛାତ୍ରୀ ମାନେ କୋଚ ନିରଜାଙ୍କ ସହ ଗଣ୍ଡଗୋଳ କରିଥିଲେ ଯାହା ଥାନା ପର୍ଯ୍ୟନ୍ତ କଥା ଯାଇଥିଲା l ତେଣୁ ଏସବୁ ଘଟଣା ସମସ୍ତ ପିଲାମାନଙ୍କୁ ବାରମ୍ବାର ଉତେଜିତ କରାଇ ଜଣେ ନିଜକୁ କ୍ରୀଡ଼ାବିତ ବୋଲାଉଥିବା କୋଚ୍ ଏ ସବୁ ଘଟଣା କରୁଛନ୍ତି ବୋଲି ନିରଜା ମହାପାତ୍ର କହିଛନ୍ତି l ତେବେ କୋଚ୍ ନିରଜା ମହାପାତ୍ର ନ୍ୟାୟ ପାଇଁ ଯାଜପୁର ରୋଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ।