ଜିଏସଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ଅକ୍ଷମ

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ରାଜ୍ୟଗୁଡ଼ିକର ରାଜସ୍ୱ ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେମାନେ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ଉପରେ ଅତାଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । କରୋନା ସଙ୍କଟର ମୁକାବିଲା ଲାଗି ବିପୁଳ ପରିମାଣ ପାଣ୍ଠି ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । କେନ୍ଦ୍ର ପାଣ୍ଠିକୁ ଚାହିରହିଥିବା ରାଜ୍ୟଗୁଡ଼ିକ ପାଇଁ ହୋଇଯାଇଛି । କେନ୍ଦ୍ର ପାଣ୍ଠିକୁ ଚାହିରହିଥିବା ରାଜ୍ୟଗୁଡ଼ିକ ପାଇଁ ବହୁତ ବଡ଼ ଖରାପ ଖବର ଆସିଛି । ଆଗାମୀ କିଛି ମାସ ପାଇଁ ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ରାଶି ଦିଆଯାଇପାରିବ ନାହିଁ ବୋଲି ସରକାର କହିଚନ୍ତି । ଏକ ସଂସଦୀୟ କମିଟିରେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ଏନେଇ ଅକ୍ଷମତା ପ୍ରକାଶ କରିଛନ୍ତି । ଗତ ଜୁଲାଇ ୨୮ରେ ବିଜେପି ସାଂସଦ ଜୟନ୍ତ ସିଂହ୍ନାଙ୍କ ନେତୃତ୍ୱାଧୀନ ଅର୍ଥକୁ ନେଇ ଗଠିତ ଷ୍ଟାଣ୍ଡିଂ କମିଟିର ବୈଠକ ହୋଇଥିଲା । ବୈଠକରେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ସଦସ୍ୟମାନେ ଜିଏସଟି କ୍ଷତିପୂରଣକୁ ନେଇ ପ୍ରଶ୍ନଉଠାଥିଲେ । ଆଗାମୀ କିଛି ମାସ ପର୍ଯ୍ୟନ୍ତ ଜିଏସ୍ଟି କ୍ଷତିପୂରଣ ଦେବାକୁ ନେଇ କେନ୍ଦ୍ର ଏହି ବୈଠକରେ ଅକ୍ଷମତା ପ୍ରକାଶ କରିଥିବା ଜଣାପଡ଼ିଛି । ଏହି ବୈଠକରେ ଶିଳ୍ପ ଓ ଆଭ୍ୟାନ୍ତରୀଣ ବାଣିଜ୍ୟ ପ୍ରସାର ବିଭାଗର ସଚିବ ଗୁରୁ ପ୍ରସାଦ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ ପ୍ରଚଳନରେ ଥିବା ତଜନେରୁ ଅଧିକ ପରିକ୍ଷା ଟିକସକୁ ମିଶାଇ ଦେଶରେ ଜିଏସ୍ଟି ଲାଗୁ କରାଯାଇଛି । ଏହି ପରୋକ୍ଷ ଟିକସଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିକସ ଆଦାୟ କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଥିଲା । ମାତ୍ର ପରୋକ୍ଷ ଟିକସ କ୍ଷେତ୍ରର ସର୍ବବୃହତ ସଂସ୍କାର ଜିଏସ୍ଟି ଲାଗୁ ହେବା ପରେ ସେମାନଙ୍କୁ ହାତରୁ ଏହି କ୍ଷମତା ଚାଲିଯାଇଛି । ଜିଏସଟି ପାଇଁ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ତାହାର ଭରଣା କରିବା ଲାଗି ସ୍ୱତନ୍ତ୍ର ସେସ୍ ଲାଗୁ କରାଯାଇଛି । ୨୦୧୫-୧୬ ଆର୍ଥିକ ବର୍ଷରୁ ପରବର୍ତୀ ପାଂଚ ବର୍ଷ ପର୍ଯ୍ୟନ୍ତ ୧୪ ପ୍ରତିଶତ ହାରରେ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ଜିଏସ୍ଟି ନିୟମ ୨୦୧୭ରେ ବ୍ୟବସ୍ଥା ରହିଛି । ସେହି ନିୟମରେ ଏହା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଯଦି ଜିଏସ୍ଟି ଆଦାୟ ଏକ ନିର୍ଦିଷ୍ଟ ସୀମା ଠାରୁ କମ୍ ରହିବ ତେବେ କ୍ଷତିପୂରଣ ଦେବା ଲାଗି ଟେଉଁ ଫର୍ମୁଲା ରହିଛି ସେଥିରେ ପରିବର୍ତନ କରାଯାଇପାରିବ । ଜିଏସ୍ଟି ନିୟମର ସେହି ଧାରାକୁ ଏବେ କେନ୍ଦ୍ର ସରକାର ଲାଗୁ କରି ଫର୍ମୁଲାରେ ପରିବର୍ତନ ଆଣିବାକୁ ଚାହୁଛନ୍ତି । ଏନେଇ ଗତ ଜୁଲାଇରେ ବୈଠକ ହେବାର ଥିଲା । ମାତ୍ର ବିଭିନ୍ନ କାରଣ ଯୋଗୁଁ ତାହା ପର୍ଯ୍ୟନ୍ତ ବସିପାରିନାହିଁ । କରୋନା ସଙ୍କଟ ଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଅର୍ଥନୀତିର ସ୍ଥିତି କିଭଳି ରହିଛି ତାହା ଜାରିବା ଲାଗି ସଂସଦୀୟ କମିଟିରେ ଥିବା ବିରୋଧୀ ଦଳଗୁଡ଼ିକର ପ୍ରତିନିଧି ଯଥା କଂଗ୍ରେସ ସାଂସଦ ମନିଷ ତିୱାରୀ, ଅମ୍ବିକା ସୋନି, ଗୌରବ ଗୋଗୋଇ ଓ ଏନସିପି ସାଂସଦ ପ୍ରଫୁଲୁ ପଟେଲ ଆଦି ଜାଣିବାକୁ ଚାହୁଥିଲେ । ମାତ୍ର ବୈଠକରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାରୁ ବିରୋଧ ଦଳଗୁଡ଼ିକର ପ୍ରତିନିଧିମାନେ ବିରକ୍ତି ପ୍ରକାଶ କରିଥିଲେ । ଲକ୍ଡାଉନ୍ ଘୋଷଣା ହେବା ପରେ ଅର୍ଥନୀତି ସମ୍ପୂର୍ଣ୍ଣ ବଦଳିଯାଇଛି । ଏହାର ଉତରରେ ପ୍ରଫୁଲୁ ପଟେଲ କହିଛନ୍ତି, ଯଦି ଅର୍ଥକୁ ନେଇ ଗଠିତ ଷ୍ଟାଣ୍ଡିଂ କମିଟିରେ ଅର୍ଥନୀତିର ସ୍ଥିତିକୁ ନେଇ ସାଧାରଣ ପ୍ରଶ୍ନ କରାଯାଇପାରିବ ନାହିଁ ତେବେ ସେଭଳି କମିଟିର କ’ଣ ଆବଶ୍ୟକତା ରହିଛି । ଚଳିତ ବର୍ଷ ମାର୍ଚ୍ଚରେ ୯୭.୫୯୭ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା । ଏହାର ପୂର୍ବ ଚାରି ମାସ ଲକ୍ଷେ କୋଟି ଟଙ୍କାରୁ ଅଧିକ ଜିଏସ୍ଟି ଆଦାୟ କରାଯାଇଥିଲା । ଏପ୍ରିଲ୍ ଓ ମେ’ରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୫% ଟିକସ ଆଦାୟ ହୋଇଛି । ଋଣ ଆଣି ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଦେବା ଉପରେ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଥିବା କୁହାଯାଉଛି । ଅବଶ୍ୟ ଏନେଇ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତି ହୋଇନାହିଁ ।

Leave A Reply

Your email address will not be published.

1 × four =