ବିଶ୍ୱ ସର୍ପ ଦିବସ

ପ୍ରତି ବର୍ଷ ଜୁଲାଇ ୧୬ ତାରିଖରେ ପାଳିତ ହୁଏ ବିଶ୍ୱ ସର୍ପ ଦିବସ । ବିଶ୍ୱରେ ସର୍ବମୋଟ ୩୪୫୮ ପ୍ରଜାତିର ସାପ ଚିହ୍ନଟ କରାଯାଇଛି । ତେବେ ଥ୍ରେଡ୍ ସ୍ନେକ୍ ସବୁଠାରୁ କ୍ଷୁଦ୍ର (ଲମ୍ବ ୧୦ ସେଂଟିମିଟର) ଓ ରେଟିକୁଲେଡ୍ ପାଇଥନ (ଲମ୍ବ ୨୨.୮ ଫୁଟ) ସବୁଠାରୁ ବଡ଼ ସାପ । ବିଶ୍ୱରେ ସର୍ପ ଦଂଶନରେ ବର୍ଷକୁ ଲକ୍ଷାଧିକ ମଣିଷଙ୍କ ପ୍ରାଣ ଯାଉଛି । ବ୍ରାଜିଲ ଅନ୍ତର୍ଗତ ଏକ ଦୀପ ମଣିଷଙ୍କ ପାଇଁ ନିଷିଦ୍ଧ କରାଯାଇଛି । କାରଣ , ସେହି ଦ୍ୱୀପରେ ପ୍ରତି ବର୍ଗ ମିଟର୍ରେ ପାଚଟି ସାପ ଦେଖାଯାଆନ୍ତି । ବୁମ୍ ସ୍ଲାଙ୍ଗ ସାପ କାମୁଡିଲେ କାନ, ନାକ, ପାଟି ,ମଳଦ୍ୱାର, ପରିସ୍ରାଦ୍ୱାର ରୁ ରକ୍ତ ବହାରିଥାଏ ।

କେବଳ ନୁ୍ୟଜିଲାଣ୍ଡରେ କୌଣସି ସ୍ଥଳଚର ସାପ ଦେଖାଯାଆନ୍ତି ନାହିଁ । ଛଅ କୋଟି ବର୍ଷ ତଳେ ପୃଥିବୀରେ ବିଚରଣ କରୁଥିବା ଟାଇଟାନୋବୋଆର୍ ଲମ୍ବ ୪୨ଫୁଟ ଅଧିକ ରହିଥିବା ବେଳେ ସେ ସାପ ଜିଭ ସାହାର୍ଯ୍ୟରେ ଅଘ୍ରାଣ କରେ । ୫୧ ପ୍ରତିଶତ ଆମେରିକାନ ସାପକୁ ଡରନ୍ତି । ସାପ ଆଖି ବନ୍ଦ କରି ପାରେନା । ତେବେ ଲେଜାବିନ କମାଣ୍ଡୋଙ୍କୁ ତାଲିମ କାଳରେ ଜୀବନ୍ତ ସାପ ଖାଇବାକୁ ପଡେ । ଆଂଟାର୍କାଟିକା ହେଉଛି ବିଲକୁଲ ସାପ ନଥିବା ସ୍ଥାନ । କହିବାକୁ କଲେ ସମସ୍ତ ସାପ ମାଂସାଶୀ । ସେମାନେ କୌଣସି କ୍ଷୀର ିଅନ୍ତି ନାହିଁ । ଏହା ଜଣାଥିବା ସତ୍ୱେ ଭାରତରେ ଅଯଥାରେ ସାପଙ୍କୁ କ୍ଷୀର ଦିଆଯାଏ । ସେହିଭଳି ମାଈ ଆଡର୍ ସାପ କିଛି ନଖାଇ ଅଠର ମାସ ପର୍ଯ୍ୟନ୍ତ ବଂଚିପାରେ , ହେଲେ ଅହିରାଜ ସାପ ଅନ୍ୟ ସାପକୁ ଖାଇଥାଏ ।

Leave A Reply

Your email address will not be published.

one × five =