ମାଗିଲେ ୨୫ଲକ୍ଷ : ମିଳିଲା ୨.୫ଲକ୍ଷ କୋଭାସିଲ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଜି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି । ତେବେ ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ଟିକା ପଠାଇଦିଆଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ପଠାଇବା ପାଇଁ ଦାବି କରିଥିଲା ବେଳେ ମିଳିଛି ମାତ୍ର ୨ଲକ୍ଷ…

କଟକ ନର୍ସିଂ କଲେଜ୍ ବନ୍ଦ

କଟକ: କଟକ ବଡ ମେଡିକାଲର ନସିଂ କଲେଜ୍କୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମର ବଢିବା ପରେ ଏସିଏସ୍ (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିଦେ୍ର୍ଧଶ କ୍ରମେ ନର୍ସିଂ କଲେଜ୍କୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସନ୍ଧ୍ୟା…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ

କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ…

ମାହାଙ୍ଗାରେ ଦୈିନିକ ଶହ ଶହ ଟ୍ରିପ ମାଟି ଚୋରାଚାଲଣ

ମାହାଙ୍ଗା : ମାହାଙ୍ଗା ତହସିଲ ଅଞ୍ଚଳରେ ଦୀର୍ଘ ୫ ମାସ ଧରି ବେଆଇନ ମାଟି ମାଫିଆମାନେ ତହସିଲ ପ୍ରଶାସନର ଜ୍ଞାତସାରରେ ବେଧଡକଭାବେ ସରକାରୀ ଗୋଚର ଦଣ୍ଡା ତାଡି ମାଟି ଲୁଟ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ଏବେ…

ଅଦିନିଆ ବର୍ଷା ପବନ : ଶହଶହ ଏକର ଧାନଫସଲ ନଷ୍ଟ

କଣାସ : ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକର ·ଷୀମାନେ କ୍ରମାଗତ ଭାବେ ବନ୍ୟା, ମରୁଡି, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନଫସଲ କ୍ଷତିଗ୍ରସ୍ତ ହେଉଥିବାରୁ ·ଷୀମାନଙ୍କର ଅଣ୍ଟା ଭାଙ୍ଗିପଡିଥିବା ବେଳେ ଚଳିତ ଖରାଟିଆ ଧାନ ·ଷ କରି ପରିବାର ପ୍ରତିପୋଷଣ କରିବା…

ଟିଟିଲାଗଡରେ ରେଳ ଓଭରବ୍ରିଜ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ…

ଗିରଫ ହେଲେ କୋଟିପତି କିରାଣୀ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ । ସୂଚନା ମୁତାବକ, ଗତକାଲି…

ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜୀବନ୍ତ ପୋଡି ମାରିଲେ ମହିଳା

କୋଏମ୍ବାଟୁର : ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ବାମୀଙ୍କର ୩.୫ କୋଟି ବୀମା ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଜୀଅଁନ୍ତା ପୋଡି ମାରି ହତ୍ୟା କରିଥିବା ଜଣାପଡିଛି। ଏକ ଅଭାବନୀୟ ଘଟଣା କ୍ରମରେ ତାମିଲନାଡୁର ଜଣେ ୫୭ ବର୍ଷ ବୟସ୍କା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ନିଜର ୬୨…

ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଆଜି ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ବିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍‌ସମ୍ୟାନଙ୍କ ନେତୃତ୍ବରେ…

ଦେଶରେ ଦିନକରେ ୧ ଲକ୍ଷ ୪୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକିଛି ଦିନ ତୁଳନାରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସପ୍ତାହରେ ଲଗାତାର ଏକ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା…