ଦେଶରେ ୨୪ ଘଣ୍ଟାରେ ୧୮,୭୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଉଛି କରୋନା। ଦେଶରେ ପୁଣି ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୧୧ ନୂଆ ମାମଲା‌ ସାମ୍ନାକୁ ଆସିଛି। ଏହା ସହ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୧୦୦ ଲୋକଙ୍କ ମୃତ୍ୟୁ ଘଟିଛି। ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି। …

ଦମକଳ ଗାଡ଼ି ଦୁର୍ଘଟଣାଗସ୍ତ : ୪ ଜଣ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଘାଟିରେ ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ମହାନିର୍ଦେଶକ ଅଭୟଙ୍କ ମୁଡୁଲିପଡ଼ା ବିଏସଏଫ କ୍ୟାମ୍ପ ଗସ୍ତ କାର୍ଯ୍ୟକ୍ରମର ହେଲିପେଡ କାର୍ଯ୍ୟ ସାରି…

ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲା

ଭୁବନେଶ୍ୱର: ରାଜ୍ୟରେ ଅବକାରୀ ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ…

ଏପ୍ରିଲ୯ରୁ ଆଇପିଏଲ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣ-୨୦୨୧ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ। ମେ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ ା ଭାରତରେ ଆଇପିଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଏବେ କେବଳ ଆଇପିଏଲ ପରିଚାଳନା ପରିଷଦର…

ଜଳୁଛି ଜଙ୍ଗଲ: ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ

ଖଣ୍ଡଗିରି: ଗତ କିଛି ଦିନ ‌ଧରି ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା ଜଙ୍ଗଲ ବିଭାଗର ଚିନ୍ତା ବଢ଼ାଇଛି। ମାର୍ଚ୍ଚ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗରମ ଜନସାଧାରଣଙ୍କୁ ବିବ୍ରତ କରିଛି। ଏହା ଭିତରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଥିବା ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଅବସ୍ଥାକୁ…

ଏଣିକି ହସ୍ପିଟାଲ ଅଧୀନରେ ରହିବ ଡିସପେନ୍‌ସାରୀ

ଭୁବନେଶ୍ବର: ରାଜଧାନୀରେ ଥିବା ଡିସପେନସାରୀକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ଦୂର ହୋଇଛି। ସିଡିଏମ୍‌ଓ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଭୟ ଆର୍ଥିକ ଓ ନୀତି ନିର୍ଦ୍ଧାରଣ ନେଇ ସମସ୍ୟା ରହିଥିଲା। ଏଣିକି ସବୁ କ୍ଷମତା କ୍ୟାପିଟାଲ ହସ୍ପିଟାଲ ଅଧୀନରେ ରହିବ ବୋଲି ନିଷ୍ପତ୍ତ…

ରାଜ୍ୟର ସବୁ ଯୋଗ୍ୟ ଚାଷୀ ପାଇବେ ‘ପିଏମ୍‌ କିଷାନ’ ଲାଭ

ନୂଆଦିଲ୍ଲୀ: ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଚାଷୀ ପିଏମ କିଷାନ ସମ୍ମାନ ନିଧିର ଲାଭ ତୁରନ୍ତ ମିଳିପାରିବ ସେ ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଟ୍ବିଟ୍ କରି କହିଛନ୍ତି। ଏହାର…

ଟେଷ୍ଟ ମାନ୍ୟତାରେ ଭାରତ ୧ ନଂ

ଦୁବାଇ: ଅହମ୍ମଦାବାଦରେ ଇଂଲଣ୍ଡକୁ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଇନିଂସ ଓ ୨୫ ରନ୍‌ରେ ହରାଇବା ପରେ ଭାରତ ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ୧ନଂ ମାନ୍ୟତା ଫେରିପାଇଛି। ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ଭାରତ ୩-୧ରେ ଜିତିବା ପରେ ଭାରତ ଏହି କୃତିତ୍ବ ହାସଲ କରିଛି। ଏହି ସିରିଜ୍‌…

ରାଜଧାନୀରେ ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭଙ୍ଗା ଓ ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଘଟଣାରେ କମିଶନରେଟ୍‌ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଆଜି ସିସିଟିଭି ଆଧାରରେ ୫ଜଣଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଗତକାଲି ଭିଆଇପି ଅଞ୍ଚଳରେ ଯୁବକଙ୍କୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ। ହତ୍ୟା…

ବିଜେପିରେ ଯୋଗ ଦେଲେ ପୂର୍ବତନ ତୃଣମୂଳ ସାଂସଦ

ନୂଆଦିଲ୍ଲୀ : ଫେବ୍ରୁଆରି ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିଜେପି…