ଘରୁ ମା ଓ ପୁଅର ଶବ ଉଦ୍ଧାର

ରାୟଗଡ : ରାୟଗଡ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରର ଏସପିଟି କଲୋନୀରେ ଜଣେ ମହିଳା ପାରିବାରିକ ଜଂଜାଳକୁ ସହ୍ୟ ନ କରି ପାରି ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିବା ବେଳେ ନିଜ ୪ବର୍ଷର ପୁଅକୁ ମଧ୍ୟ ପ୍ରଥମେ ଫାଶି ଦେଇ…

କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁୁବନେଶ୍ୱର : ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶନିବାର ରାଜ୍ୟପାଳ…

ବିନା ଅନୁମତିରେ ଚାଲିଥିଲା ଯାତ୍ରା, ବନ୍ଦ କଲା ଜିଲା ପ୍ରଶାସନ

ବେଗୁନିଆ: କରୋନା ଭୟାବହତା ପୁଣି ବୃଦ୍ଧି ପାଉଥିବା ବେଳେ ଶତାଧିକ ଦର୍ଶକଙ୍କୁ ନେଇ ବିନା ଅନୁମତିରେ ଚାଲିଥିଲା ଯାତ୍ରା, ଯାହାକୁ ବନ୍ଦ କରିଛି ଜିଲା ପ୍ରଶାସନ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆରେ। ଶନିବାର ରାତିରେ ବେଗୁନିଆରେ ବିନା ଅନୁମତିରେ ଯାତ୍ରା ଚାଲିଥିବା ବେଳେ…

ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର। ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଦେଖାଦେଇଛି ଖାଉଟି ଅସନ୍ତୋଷ। କଟକ ଏବଂ ଭୁବନେଶ୍ୱରରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୬୦ ଟଙ୍କା ଥିବା ବେଳେ ଗ୍ରମୀଣ ବଜାର ସେମାନଙ୍କୁ ପିଲୋଗ୍ରାମ ପିଛି ୬୨ରୁ ୬୫ ଟଙ୍କାରେ…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ, ବିଏସଏଫ ଯବାନ ଗୁରୁତର ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |…

ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ | ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ…

କ୍ୟାପିଟାଲ ହସ୍ପିଟାଲରେ ହେବ ଆଧୁନିକ ଟ୍ରମା ସେଣ୍ଟର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ସବୁଠୁ ଉତ୍କୃଷ୍ଟ ଟ୍ରମାକେୟାର ୟୁନିଟ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟୋବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚିକିତ୍ସା ପାଇଁ ରହିବ ଅତ୍ୟାଧୁନିକ ବ୍ୟବସ୍ଥା। ଦୁର୍ଘଟଣା ପରେ ଯେଉଁ ଗୋଲଡେନ ଆୱାର ରହିଛି ସେହି ସମୟରେ ମଧ୍ୟ ଚିକିତ୍ସା କରାଯିବ। ଏନେଇ ପଥ…

ପୁଣିଥରେ ମାଆ ହେଲେ କରୀନା

ମୁମ୍ବଇ: ଦ୍ୱିତୀୟ ଥର ପାଇଁ ମାଆ ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍। ରବିବାର ମୁମ୍ବଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘରର ନୂଆ ଅତିଥିକୁ ନେଇ ମାଆ କରୀନା ଓ ବାପା ସୈଫ୍‍ ଅଲୀ ଖାନ୍‍ ବେଶ୍‍ ଉତ୍ସାହିତ ଥିବା ଜଣାପଡ଼ିଛି।…

ଦେଶରେ ୧୪ ହଜାର ୨୬୪ ଜଣ ନୂଆ ଆକ୍ରାନ୍ତ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୯ ଲକ୍ଷ ୯୧ ହଜାର ୬୫୨ରେ ପହଂଚିଛି। ସେହିପରି ୧୧ ହଜାର ୬୬୭ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୬…

ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳର କଣ୍ଟାବଣିଆ ସ୍ଥିତ ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍‍ ଲିମିଟେନ୍‍) ଗ୍ରୀଡ଼ରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘିଟିଛି। ସକାଳ ପ୍ରାୟ ୭ଟା ସମୟରେ କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସଠିକ୍‍…